ମାଳବିକା ଦେବୀ


Contributors to Wikimedia projects

Article Images

ମାଳବିକା ଦେବୀ

ଭାରତୀୟ ରାଜନେତ୍ରୀ

ମାଳବିକା ଦେବୀ (ସମ୍ପୂର୍ନ୍ଣ ନାମ: ମାଳବିକା କେଶରୀ ଦେଓ)ଜଣେ ଓଡ଼ିଆ ରାଜନୀତିଜ୍ଞ, ଯିଏକି ରାଣୀ ମା[] ଭାବରେ ଜଣାଶୁଣା ।[] ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[]

ମାଳବିକା ଦେବୀ

ସାଂସଦ: ୧୮ଶ ଲୋକ ସଭା
କାର୍ଯ୍ୟକାଳ
୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀବସନ୍ତ କୁମାର ପଣ୍ଡା
ନିର୍ବାଚନ ମଣ୍ଡଳୀକଳାହାଣ୍ଡି
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବୃତ୍ତିରାଜନୀତିଜ୍ଞ

ତାଙ୍କ ପତି ଅର୍କ କେଶରୀ ଦେଓ ଜଣେ ରାଜନେତା ଭାବରେ ଓଡ଼ିଶାରେ ସକ୍ରିୟ ଅଛନ୍ତି ଏବଂ ପୂର୍ବରୁ ସେ ଲୋକ ସଭାର ସାଂସଦ ଭାବରେ କାର୍ଯ୍ୟ କରିଛନ୍ତି ।[]

ମାଳବିକା ଦେବୀ ଭାରତୀୟ ଜନତା ପାର୍ଟିର ରାଜନେତା ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[] ଏହି ନିର୍ବାଚନରେ, ସେ ସମୁଦାୟ ୫,୪୪,୩୦୩ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଅଳଙ୍କୁ ୧,୩୩,୮୧୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[]

  1. Sahoo, Akshaya Kumar (2024-05-08). "Kalahandi LS seat in Odisha sees queen, tribal lady and OBC leader vying for honour". www.deccanchronicle.com (in ଇଂରାଜୀ). Retrieved 2024-06-05.
  2. "Malvika Devi(Bharatiya Janata Party(BJP)):Constituency- KALAHANDI(ODISHA) - Affidavit Information of Candidate:". myneta.info. Retrieved 2024-06-05.
  3. "Kalahandi, Odisha Lok Sabha Election Results 2024 Highlights: Malvika Devi Secures Victory". India Today (in ଇଂରାଜୀ). 2024-06-04. Retrieved 2024-06-05.
  4. Service, Express News (2023-09-28). "Arka Keshari Deo, wife Malavika join BJP". The New Indian Express (in ଇଂରାଜୀ). Retrieved 2024-06-05.
  5. "ଓଡ଼ିଶାର ୨୧ ଲୋକସଭା ଆସନ ପାଇଁ ବିଜେପିର ସରିଲା ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ମିଳିଲା ଟିକେଟ୍". Kanak News. 30 March 2024. Archived from the original on 13 June 2024. Retrieved 13 June 2024.
  6. "2024 Indian General Election Results: Kalahandi (Odisha)". Election Commission of India. Retrieved 6 June 2024.